ଜେପି ନଡ୍ଡାଙ୍କ କାର୍ ବାରାଣସୀରୁ ଜବତ, ୧୫ ଦିନରେ ୯ ଟି ସହରରେ ବୁଲିଥିଲେ ଅଭିଯୁକ୍ତ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍କୁ ବାରାଣସୀରୁ ଜବତ କରାଯାଇଛି। ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନର କାର୍ ଚୋରି ହୋଇଯାଇଥିବା ବେଳେ ଏହାକୁ ପୁଲିସ ବାରାଣସୀରୁ ଉଦ୍ଧାର କରିଛି। ଏହି ମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ବଡକଲ ନିବାସୀ ଶାହିଦ ଏବଂ ଶିବାଙ୍ଗ ତ୍ରିପାଠୀ।
ଚୋରି ପରେ କାର୍କୁ ଅଭିଯୁକ୍ତମାନେ ୧୫ ଦିନରେ ୯ ଟି ସହରରେ ବୁଲିଥିଲେ ବୋଲି ପୁଲିସ୍ କହିଛି। ତେବେ ଅଭିଯୁକ୍ତମାନେ ଗାଡ଼ିକୁ ନାଗାଲାଣ୍ଡକୁ ପଠାଇବାକୁ ଯୋଜନା କରୁଥିବା ପୋଲିସ ଦାବି କରିଛି।
ମାର୍ଚ୍ଚ ୧୯ ତାରିଖରେ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ନଡ୍ଡାଙ୍କ କାର୍ ଚୋରି ହୋଇଥିଲା। ଏନେଇ ଥାନାରେ ଡ୍ରାଇଭର ଅଭିଯୋଗ କରିବା ପୁଲିସ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ କହିବାନୁଯାୟୀ, ଅଭିଯୁକ୍ତମାନେ ବଡକଲ ନେଇ ଯାଇ ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଦେଇଥିଲେ। ଏହାପରେ ଅଲୀଗଡ଼, ଲକ୍ଷ୍ମୀପୁର, ଖୀରୀ, ବରେଲି, ସୀତାପୁର, ଲକ୍ଷ୍ନୌ ଦେଇ ବାରାଣସୀ ଯାଇଥିଲେ।
Powered by Froala Editor