ଦିନ ସାଢ଼େ ୮ ସୁଦ୍ଧା ୩୧ ଟପିଲା ତାପମାତ୍ରା
ଭୁବନେଶ୍ୱର: ଆଜି ଦିନ ସାଢ଼େ ୮ ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲି ୩୧.୬, କେନ୍ଦୁଝର ୩୧, ସମ୍ବଲପୁର ଓ ଝାରସୁଗୁଡ଼ା ୩୦ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୨୯.୮ ଡିଗ୍ରୀ ରହିଛି। ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍ୱେଭ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ତେବେ କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ ଜିଲାକୁ ସତର୍କତା ଜାରି କରାଯାଇଛି।
ପ୍ରଚଣ୍ଡ ଖରାତାତିରେ ସାରା ରାଜ୍ୟ ଛଟପଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବର ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ଏଠାରେ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା।
Powered by Froala Editor