ଭୃଗୁ ବକ୍ସିପାତ୍ର ଧରିଲେ ଶଙ୍ଖ
ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇଥିଲେ।
୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ। ଭୃଗୁ ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ ପାଇଥିବାବେଳେ ବିଜେଡିରୁ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ନାଁ ଘୋଷଣା କରିଛି।
Powered by Froala Editor