ବିଜେପିରୁ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ୨୩ବର୍ଷ ଧରି ଦଳରେ ରହି ସେ ନିଷ୍ଠାର ସହ କାମ କରିଥିଲେ। ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଭୃଗୁ। ହେଲେ ୨୦୨୪ରେ ତାଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିଥିବା କୁହାଯାଉଛି।
Powered by Froala Editor