ଖୋଲା ହେଲା ବୋଲି ଢିଲା ହୋଇଗଲେ ଚଳିବ ନାହିଁ: ବିଜୟ ମହାପାତ୍ର
ଭୁବନେଶ୍ୱର: ଅଧିକ ସଂକ୍ରମଣ ଥିବା ୧୩ଟି ଜିଲ୍ଲାରେ ବ୍ୟାପକ ସର୍ଭିଲାନ୍ସ କରାଯିବ । ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ଟ୍ରିଟମେଣ୍ଟ ଓ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଯେଉଁ ଅଞ୍ଚଳରେ ଅଧିକ ଚିହ୍ନଟ ହେବେ ସେ ଜାଗାକୁ କଣ୍ଟେନମେଣ୍ଟ କରାଯିବ ।
ତେବେ ଏସବୁ ସତ୍ତ୍ୱେ ସରକାରଙ୍କୁ ଜନତାଙ୍କ ସହାୟତା ଦରକାର । ଖୋଲା ହେଲା ବୋଲି ଢିଲା ହୋଇଗଲେ ଚଳିବ ନାହିଁ । କୋଭିଡ ନିୟମ ସବୁ ମାନିବାକୁ ପଡ଼ିବ । ନଚେତ୍ ସରକାର ଚେଷ୍ଟା କଲେ ମଧ୍ୟ ଫଳ ମିଳିନପାରେ । ୧୭ଟି ଜିଲ୍ଲାରେ ଶୀଘ୍ର ସଂକ୍ରମଣ ଆରମ୍ଭ ହୋଇଥିଲା ସେଥିପାଇଁ ଶୀଘ୍ର କମିଲା । ଆଜି ରାଜ୍ୟରେ ସଂକ୍ରମଣ ହାର ୫.୭ ଅଛି । ତେଣୁ ଏଭଳି ଭାବେ ଯଦି ଖସିବ ତେବେ ଏହି ମାସ ଶେଷ ସୁଦ୍ଧା ସ୍ଥିତିରେ ବହୁତ ସୁଧାର ଆସିଯାଇଥିବ । ରାଜ୍ୟ ସରକାର ଇକମୋ ମେସିନ ଆଣିବା ପାଇଁ ପ୍ରକ୍ରିୟା ଚଳାଇଛନ୍ତି । ତେବେ ଏମ୍ସକୁ ଏହି ମାସ ଶେଷ ସୁଦ୍ଧା ଗୋଟିଏ ଇକମୋ ମେସିନ ଆସିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
Powered by Froala Editor