ଉତ୍କଳ ଦିବସ : ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ଉଠିଥିଲା ଓଡିଶା । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ଉତ୍କଳ ଦିବସ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅମିତ ଶାହ ଟ୍ବିଟ କରି କହିଛନ୍ତି, "ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ଶୁଭେଚ୍ଛା। ଭାରତର ଜୀବନ୍ତ ସଂସ୍କୃତିରେ ଓଡ଼ିଶା ନିଜସ୍ବ ବିବିଧ ଜୀବନଆଦର୍ଶ ଓ ପରମ୍ପରା ଦ୍ୱାରା ଏକ ଅଳଙ୍କାର ଭାବରେ ଦେଶର ଆକର୍ଷଣୀୟ ସ୍ଥଳୀରେ ଖ୍ୟାତି ଅର୍ଜନ କରିଛି। ଆଗାମୀ ଦିନରେ ରାଜ୍ୟ ଅଭିବୃଦ୍ଧି କାହାଣୀର ଉଦାହରଣ ସୃଷ୍ଟି କରୁ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ବନ୍ଦେ ଉତ୍କଳ ଜନନୀ ।"
Powered by Froala Editor