ବିଜେଡିରୁ ଇସ୍ତଫା ଦେଲେ ଆକାଶଦାସ ନାୟକ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ବିଜେଡି ଛାଡ଼ିଛନ୍ତି ଆକାଶଦାସ ନାୟକ । ଆକାଶଦାସ ନାୟକ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ।
ଅଭିନେତା ତଥା ରାଜନେତା ଶ୍ରୀ ନାୟକ ବିଜେଡି ସହ ଦୀର୍ଘଦିନ ଧରି ଜଡ଼ିତ ଥିଲେ । ତେବେ ଏବେ ସେ ଆତ୍ମସମ୍ମାନ ଓ କରୋଇବାସୀଙ୍କ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିବା କହିଛନ୍ତି । ଏଥିସହ କରୋଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି ବୋଲି ସେ କହିଛନ୍ତି ।
Powered by Froala Editor