ଦେଶରେ ଆଜି ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ ।ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ ଆସୁଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୯୭ଲକ୍ଷ ପାର କରିଛି । ସେହିପରି ମୃତ୍ୟୁସଂଖ୍ୟା ୩ଲକ୍ଷ ୮୧ହଜାର ୯୦୩କୁ ବୃଦ୍ଧି ପାଇଛି । ବଢୁଛି ସୁସ୍ଥ ହାର । ୨୪ ଘଣ୍ଟାରେ ଆଉ ୧ଲକ୍ଷ ୩ହଜାର ୫୭୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୨କୋଟି ୮୪ଲକ୍ଷ ୯୧ହଜାର ଆକ୍ରାନ୍ତ । ସୁସ୍ଥହାର ରହିଛି ପାଖାପାଖି ୯୬ ପ୍ରତିଶତ ।
Powered by Froala Editor