କେମିକାଲ ମିଶା ରଙ୍ଗ ଖେଳି ୨୦ ଅସୁସ୍ଥ
ବଲାଙ୍ଗିର: ହୋଲିରେ କେମିକାଲ ମିଶା ରଙ୍ଗ ଖେଳି ୨୦ ଜଣ ଯୁବକ ଅସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଶୋକନଗର ଓ ଆନନ୍ଦ ନଗରରର ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ଖେଳିଥିଲେ। ଗତକାଲି ସନ୍ଧ୍ୟାବେଳେ ସେମାନଙ୍କ ଦେହସାରା ଫୋଟକା ପରି ଫଳିଯାଇଥିଲା। ଏହାସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ରଙ୍ଗରେ କିଛି କେମିକାଲ ମିଶାଯିବା ଯୋଗୁ ଏଭଳି ଦେହରେ ଫୋଟକା ହୋଇଥିବା ସନ୍ଦେହ କରାଯାଉଛି।
Powered by Froala Editor