ଚଢ଼ିଗଲା ବସ୍, ୨ ବାଇକ୍ ଆରୋହୀ ମୃତ
ବଲାଙ୍ଗୀର : ବାଇକ୍ ଆରୋହୀଙ୍କ ଉପରେ ବସ୍ ମାଡିଯାଇଛି । ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ସୋନପୁର ରାସ୍ତାର ଭଦ୍ରାପାଲି ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।
ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗୋଟିଏ ବାଇକ୍ରେ ଦୁଇଜଣ ଯାଉଥିବା ବେଳେ ଫୁଲବାଣୀ- ବଲାଙ୍ଗୀର ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ବସଟି ସେମାନଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାରେ ମୃତକ ଦୁଇଜଣ ହେଉଛନ୍ତି ସୋନପୁର ଜିଲ୍ଲା ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲିର ନରେଶ ସାହୁ । ପୁଇଁତଳା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବେ ପୁଇଁତଲା ପୁଲିସ ବସଟିକୁ ତରଭା ଥାନାରେ ରଖିଥିବା ବେଳେ ତା’ର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
Powered by Froala Editor