ପର୍ବ ନାଁରେ ଦୁର୍ବ୍ୟବହାର : ଭିଡିଓ ଭାଇରାଲ ପରେ ଜଣେ ଗିରଫ

ଉତ୍ତରପ୍ରଦେଶରେ ହୋଲି ପର୍ବ ମନାଇବା ନାଁରେ ଜଣେ ମୁସଲିମ ପରିବାରକୁ ଦୁର୍ବ୍ୟବହାର କରାଯାଇଛି । ଏନେଇ ଭିଡିଓ ଭାଇରାଲ୍ ହେବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଧାମପୁର ଅଞ୍ଚଳର ଅନିରୁଦ୍ଧ ବୋଲି ଜଣାପଡିଛି। ଭିଡିଓରେ ଥିବା ଅନ୍ୟ ଯୁବକମାନଙ୍କୁ ମଧ୍ୟ ଖୋଜା ଯାଉଥିବା ପୁଲିସ କହିଛି।
ପୁଲିସର ସୂଚନାନୁସାରେ, ମାର୍ଚ୍ଚ ୨୦ ବୁଧବାର ସହରର ଧାମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଭିଡିଓ ଅନୁସାରେ, ଜଣେ ପୁରୁଷ ଓ ଦୁଇ ଜଣ ମହିଳା ବାଇକରେ ଯାଉଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ ଏବଂ ଜୋର୍ ଜବରଦସ୍ତ ରଙ୍ଗ ଲଗାଇଥିଲେ। ସେମାନଙ୍କ ଉପରେ ବକେଟ ବକେଟ ପାଣି ମଧ୍ୟ ଢାଳିଥିଲେ। ଏହି ସମୟରେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଉଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଅନିରୁଦ୍ଧକୁ ଗିରଫ କରାଯାଇଛି।
Powered by Froala Editor