ବିଜେପି ୫ମ ତାଲିକାରେ ଓଡ଼ିଶାର ୧୮ ପ୍ରାର୍ଥୀଙ୍କ ନାଁ : ଭୁବନେଶ୍ୱରରୁ ଅପରାଜିତା, ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର
୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ବିଜେପି ପ୍ରକାଶ କରିଛି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ରହିଛନ୍ତି।
ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଜରୁ ନବଚରଣ ମାଝି, ଭଦ୍ରକରୁ ଅଭିମନ୍ୟୁ ସେଠି, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗିତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କା ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ କୋରାପୁଟରୁ କାଲେରାମ ମାଝିଙ୍କ ନାମ ପ୍ରକାଶ ପାଇଛି।
ପ୍ରାର୍ଥୀ ତାଲିକା ଘୋଷଣା ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ୍ କରାଯାଇଛି। କର୍ମୀମାନେ ବାଣ ଫୁଟାଇ ସେଲିବ୍ରେସନ୍ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor