ବିଧାୟକ ମକରନ୍ଦ ମୁଦୁଲି ଶଙ୍ଖଭବନରେ
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋରସରରେ ହେଉଛି । ଏହାରି ଭିତରେ ଆଜି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳିଛି । ଶ୍ରୀ ମୁଦୁଲି ହେଉଛନ୍ତି ରାୟଗଡ଼ାର ସ୍ୱାଧୀନ ବିଧାୟକ । ଆଜି ସେ ଶଙ୍ଖଭବନରେ ପହଞ୍ଚିଥିବାରୁ ଚର୍ଚ୍ଚା ବଢିବାରେ ଲାଗିଛି । ସମ୍ଭବତଃ ସେ ବିଜେଡିରେ ମିଶିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ନିର୍ବାଚନ ଜିତିଥିଲେ। ବିଧାୟକ ହେବା ପରେ ସେ ପ୍ରଥମେ ପରୋକ୍ଷ ଭାବେ ବିଜେଡ଼ିକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡ଼ିର ବିଭିନ୍ନ କାର୍ୟ୍ୟକ୍ରମରେ ଦେଖିବାକୁ ମିଳୁଛି। ତେଣୁ ଏଥର ରାୟଗଡ଼ାରୁ ମକରନ୍ଦ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
Powered by Froala Editor