ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ
ହୀରାକୁଦ: ଝାଡ଼ାବାନ୍ତିରେ ପୀଡ଼ିତ ଆଉଜଣଙ୍କ ଜୀବନ ଯାଇଛି। ଏବେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ଏହି ମୃତକ ହେଲେ ହୀରାକୁଦ ଭୋଜପାଲିର ଯୁଧିଷ୍ଠିର ଧୁରୁଆ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଇପ୍ ପାଣି ପିଇବା ଯୋଗୁ ହୀରାକୁଦରେ ବ୍ୟାପିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତି ଗତକାଲି ସନ୍ଧ୍ୟା ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା। ହୀରାକୁଦ କାଲୁପଡ଼ାର ଟିକେଶ୍ବର ନାୟକ(୪୩)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍ବେଗଜନକ ହେବାରୁ ଗତକାଲି ତାଙ୍କୁ ବୁର୍ଲା ଭିମ୍ସାରରେ ଭର୍ତ୍ତି କରାଯାଇଥିଲା।
ଗତ ୧୭ ତାରିଖ ଦିନ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ୩ ଜଣ ଲୋକେ ହୀରାକୁଦ ଡାକ୍ତରଖାନାକୁ ପ୍ରଥମ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ବୁର୍ଲା ଭିମ୍ସାରକୁ ରେଫର କରାଯାଇଥିଲା। ଏହାର ପର ଠାରୁ ସବୁଦିନ ୩/୪ ଜଣ ଲେଖାଏଁ ଲୋକେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ୨୧ ତାରିଖ ୩୬ ଜଣ ଏବଂ ୨୨ ତାରିଖ ଦିନ ୪୨ ଜଣ ଡାକ୍ତରଖାନାକୁ ଆସିଥିଲେ। କାଲୁପଡ଼ା, ଷ୍ଟୋର ଛକ, ଗୁରୁଦ୍ୱାରା ପଡ଼ା, କଦମପଡ଼ା, ଗାନ୍ଧୀନଗର, ଖ୍ରୀଷ୍ଟିଆନ ପଡ଼ା ଆଦି ଅଞ୍ଚଳରେ ମୁଖ୍ୟତଃ ଏହାର ବ୍ୟାପିଛି।
Powered by Froala Editor