‘କେଜ୍ରିୱାଲ ଆପଣଙ୍କୁ ତିହାର କ୍ଲବ୍ରେ ସ୍ବାଗତ’
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଘଟଣା ଏବେ ଚର୍ଚ୍ଚାରେ ଥିବା ବେଳେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର କହିଛି, ‘କେଜ୍ରିୱାଲଙ୍କୁ ତିହାର ଜେଲ୍କୁ ସ୍ୱାଗତ’। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍ରିୱାଲ ଆପଣଙ୍କୁ ତିହାର କ୍ଲବ୍ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩ ଭାଇ ଏବେ ତିହାର କ୍ଲବ ଚଳାଇବାକୁ ଆସିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।
ଠକ ସୁକେଶ କହିଛନ୍ତି, ସର୍ବଦା ସତ୍ୟର ବିଜୟ ହୋଇଥାଏ। ଏହା ନୂଆ ଭାରତର ଶକ୍ତିର ଉଦାହରଣ, ଯେଉଁଠାରେ କେହି ଆଇନରୁ ଊର୍ଦ୍ଧ୍ୱରେ ନାହାନ୍ତି। ଅରବିନ୍ଦ କେଜ୍ରିୱାଲ ସର୍ବପ୍ରଥମେ ମୁଁ ଆପଣଙ୍କୁ ସ୍ବାଗତ କରୁଛି, ତିହାର କ୍ଲବ୍ର ମାଲିକ। ତେବେ ଆପଣଙ୍କର କଠୋର ସଚ୍ଚୋଟ ବ୍ୟକ୍ତିମାନଙ୍କ ସମସ୍ତ ନାଟକ ସମାପ୍ତ ହୋଇଛି। ମୁଁ ବହୁତ ଭାଗ୍ୟବାନ ଯେ ଆପଣ ମୋର ଜନ୍ମଦିନର ତିନି ଦିନ ପୂର୍ବରୁ ଗିରଫ ହୋଇଛନ୍ତି, ଆପଣଙ୍କର ଗିରଫଦାରୀ ହେଉଛି ମୋର ସର୍ବଶ୍ରେଷ୍ଠ ଜନ୍ମଦିନ ଉପହାର। ଆପଣ ଜାଣି ନାହାନ୍ତି ଯେ ସତ୍ୟକୁ ଅଧିକ ସମୟ ଲୁଚାଇହେବ ନାହିଁ। ମୁଁ ବହୁତ ଖୁସି ଯେ ମୋର ତିନି ଭାଇ ବର୍ତ୍ତମାନ ତିହାର କ୍ଲବ ଚଳାଇବାକୁ ଆସିଛନ୍ତି।
ସୁକେଶ କହିଛନ୍ତି ଯେ ଏ ଚେୟାରମ୍ୟାନ ବିଗ ବସ୍- ଏ- ଅରବିନ୍ଦ କେଜ୍ରିଓ୍ବାଲ, ବି-ସିଇଓ- ମନୀଷ ସିସୋଡିଆ, ସି-ସିଓଓ- ସତ୍ୟେନ୍ଦ୍ର ଜୈନ। ଏହାଛଡ଼ା ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଭାଇ କେଜ୍ରିୱାଲ ଜୀ, ଆପଣଙ୍କର ସମସ୍ତ ଦୁର୍ନୀତି ଲୋକଲୋଚନକୁ ଆସିବ।
୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ମହାଠକ ସୁକେଶ ଚନ୍ଦ୍ରଶେଖର ତିହାର ଜେଲ୍ରେ ଅଛି ।
Powered by Froala Editor