ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ
ଯାଜପୁର: ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ୩ ଜୀବନ ଅକାଳରେ ଝଡ଼ିପଡ଼ିଛି । ଟ୍ରକକୁ ଏକ ବାଇକ ପଛରୁ ପିଟି ହେବାରୁ ମୋଟ ୩ ଜଣଙ୍କ ମୃତୁ୍ୟ ହୋଇଛି । କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ଫାଟକ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ୩ ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟିଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତୁ୍ୟ ହୋଇଛି । ୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାଯାଇଛି । ତେବେ ଦୁର୍ଘଟଣା ପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Powered by Froala Editor