ତିଥି, ବାର ନାହିଁ : ନିର୍ବାଚନ ଲଢ଼ିବାକୁ ତରବରିଆ ବାହାହେଲେ ବାହୁବଳୀ
![ତିଥି, ବାର ନାହିଁ : ନିର୍ବାଚନ ଲଢ଼ିବାକୁ ତରବରିଆ ବାହାହେଲେ ବାହୁବଳୀ](https://odishanewslens.com/news_gallery/28809_1710964389.jpg)
ଆସନ ଲୋଭରେ ବିହାରର ନୱାଦାସ୍ଥିତ ନାଳନ୍ଦା ଅଞ୍ଚଳରେ ବସବାସ କରୁଥିବା ବାହୁବଳୀ ଅଶୋକ ମହତୋ ୬୦ ବର୍ଷ ବୟସରେ ବିବାହ କରିଛନ୍ତି। ଅଶୋକ ମହତୋ ଚଳିତ ଥର ବିହାରର ମୁଙ୍ଗେର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ସେ ଭୟ କରୁଛନ୍ତି ଯେ ତାଙ୍କ ନାମାଙ୍କନ ବାତିଲ ନହୋଇଯାଉ। ତେଣୁ ସେ ଗତ ମଙ୍ଗଳବାର ଅନୀତା ଦେବୀଙ୍କୁ ବିବାହ କରିଛନ୍ତି।
ବିହାର ନାଳନ୍ଦା ଅଞ୍ଚଳର ବାହୁବଳୀ ନେତା ଅଶୋକ ମାହତୋ। ଚଳିତଥର ବିହାରର ମୁଙ୍ଗେର ଲୋକସଭା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ସେ ଚାହୁଁଛନ୍ତି। କିନ୍ତୁ ନାମାଙ୍କନ ପତ୍ର ରଦ୍ଦ ହୋଇଯିବା ଭୟ ତାଙ୍କୁ ଘାରିଛି। ଏଥିପାଇଁ ସେ ଆପଣାଇଛନ୍ତି ବିକଳ୍ପ ପନ୍ଥା। ବିବାହ ପାଇଁ ଏବେ କୌଣସି ଶୁଭ ମୁହୂର୍ତ୍ତ ନଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଅଶୋକ ମହତୋ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ଅନୀତା ମହାମେଣ୍ଟର ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରିବେ। ଅଶୋକ କହିଛନ୍ତି, ମୁଁ ଆରଜେଡ଼ିରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ସେଥିପାଇଁ ତରବର ହୋଇ ଏହି ବିବାହ କରିଛି।
ଉଲ୍ଲେଖଯୋଗ୍ୟ, ୧୯୯୦ ଦଶକରେ ଅଶୋକ ମହତୋ ଏବଂ ଅଖିଳେଶ ସିଂ ଗୋରୋହଙ୍କ ନୱାଦା, ନାଳନ୍ଦା ଏବଂ ଶେଖପୁରା ଅଞ୍ଚଳରେ ଯଥେଷ୍ଟ ପ୍ରାଧାନ୍ୟ ଥିଲା। ୨୦୦ ରୁ ଅଧିକ ଗାଁ ଏମାନଙ୍କ ଦ୍ବାରା ପ୍ରଭାବିତ ହୋଇଥିଲା। ଜେଲ ଭରୋ ଆନ୍ଦୋଳନ ସମେତ ଅଶୋକ ମହତୋଙ୍କ ବିରୋଧ ଅନେକ ହତ୍ୟାକାଣ୍ଡ ମାମଲା ରହିଛି। ୨୦୦୧ରେ ହୋଇଥିବା ଜେଲ ଭରୋ ଆନ୍ଦୋଳନ ମାମଲାରେ ଅଶୋକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିଲା। ୧୭ ବର୍ଷ ପରେ ଅଶୋକ ଗତବର୍ଷ ଡିସେମ୍ବରରେ ଜେଲରୁ ମୁକୁଳିଛନ୍ତି।
Powered by Froala Editor