ବିଜେଡିରେ ମିଶିଲେ ଅଧିରାଜ

ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ପହଞ୍ଚି ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସହ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ଅଧ୍ୟକ୍ଷଙ୍କ ସମେତ ୪୦ଜଣ ସରପଞ୍ଚ ଓ ୩୪ ଜଣ ସମିତି ସଭ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ଏକ ନୂଆ ଓଡ଼ିଶା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତଥା ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଥିବା କହିଛନ୍ତି ଅଧିରାଜ ପାଣିଗ୍ରାହୀ। ଅଧିରାଜ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତଥର ଖଡିଆଳରୁ କଂଗ୍ରେସ ଟିକେଟ୍ରୁ ବିଧାୟକ ହୋଇଥିଲେ।
Powered by Froala Editor