ଗଣବିବାହ ଟଙ୍କା ଲୋଭରେ ବାହା ହୋଇଗଲେ ଭାଇ-ଭଉଣୀ
ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିବାହର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଗଣ ବିବାହ ଯୋଜନାର ଲାଭ ଉଠାଇବା ପାଇଁ ଜଣେ ମହିଳା ନିଜ ଭାଇଙ୍କୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି। ଗଣ ବିବାହର ସୁବିଧା ପାଇଁ ମହିଳା ଜଣକ ବିବାହ କରିବାକୁ ଯାଉଥିବା ବେଳେ ଉତ୍ସବରେ ତାଙ୍କୁ ବାହା ହେବାକୁ ଥିବା ବର ପହଞ୍ଚିନଥିଲେ। ଶେଷରେ ମହିଳା ଜଣକ ସୁବିଧା ପାଇଁ ନିଜ ଭାଇଙ୍କୁ ବିବାହ କରିଥିଲେ। ଉଚ୍ଚ କର୍ତ୍ତୃପକ୍ଷ ସମ୍ପୃକ୍ତ ସଚିବଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ନିଲମ୍ବିତ କରାଯାଇଛି।
ଏହି ବିବାହ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ମାର୍ଚ ୫ ତାରିଖରେ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ମହିଳା ପ୍ରୀତି ଯାଦବ ତାଙ୍କ ଭାଇ କୃଷ୍ଣଙ୍କୁ ବିବାହ କରିଥିବା ଜାଣିବାକୁ ମିଳିଛି। ସେ ରମେଶ ଯାଦବଙ୍କୁ ବିବାହ କରିଥାନ୍ତେ। ହେଲେ ରମେଶ ନପହଞ୍ଚିବାରୁ ସେ ଶେଷରେ ତାଙ୍କ ଭାଇଙ୍କୁ ବିବାହ କରିଥିଲେ। ଗଣ ବିବାହ ଅଧୀନରେ ଦମ୍ପତିଙ୍କୁ ୫୧ ହଜାର ଟଙ୍କା ଦିଆଯାଏ। ସେହି ଟଙ୍କା ନେବା ପାଇଁ ମହିଳା ଏପରି କରିଥିବା ଜଣାପଡ଼ିିଛି। ଏହି ଘଟଣା ପରେ ଭାଇଭଉଣୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଗଣବିବାହ ଯୋଜନାର ହିତାଧିକାରୀ ପଞ୍ଜୀକରଣ କରିଥିବା ଟିଏ ଇନ୍ଦ୍ରେଶ ଭାରତୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ବ୍ଲକ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ଏଡିଓ ସମାଜ କଲ୍ୟାଣ ଚନ୍ଦନ ପାଣ୍ଡେ ବର-କନ୍ୟାଙ୍କ ବିରୋଧରେ ପୁରନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor