ପୋଖରୀରେ ବୁଡି ପ୍ରାଣ ହରାଇଲେ ମହିଳା

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମରେ ଜଣେ ମହିଳା ଗ୍ରାମ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ମୃତ ମହିଳା ଗୈରାଙ୍ଗ ବେହେରାଙ୍କ ପତ୍ନୀ କୁନ୍ତଳା ବେହେରା (୪୭) ବୋଲି ଜଣାପଡିଛି। ସେ ଅପରାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ତାଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କହିଥିଲେ। ଏନେଇ ଢେଙ୍କିକୋଟ ଫାଣ୍ଡିରେ ୧୧/୨୦୨୪ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଫାଣ୍ଡି ଏଏସଆଇ ସୁରଥ ଦେହୁରୀ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
Powered by Froala Editor