ଟ୍ରାକରେ ଶୋଇ ରିଲ୍ସ କରୁଥିଲେ, ମାଡ଼ିଗଲା ଟ୍ରେନ୍
ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ । ହେଲେ ଟ୍ରେନ୍ ଟ୍ରାକରେ ଶୋଇ ରିଲ୍ସ କରିବା ମହଙ୍ଗା ପଡିଲା । ଯୁବକଙ୍କ ଉପରେ ମାଡିଗଲା ଲୌହଦାନବ । ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ ନିକଟରେ । ସବିରା ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ଓ ତାଙ୍କର ୫ ଜଣ ସାଥୀ ମିଶି ରିଲ୍ସ କରୁଥିଲେ।
ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ସାଥୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।
ସୂଚନା ଅନୁସାରେ ଅକ୍ଷୟ ଜଣେ ଯାତ୍ରା ପାର୍ଟି ଡ୍ୟାନ୍ସର। ଅନ୍ୟ ଯୁବକଙ୍କ ସହି ଡ୍ୟାନ୍ସ କରିବା ପାଇଁ ବାଲେଶ୍ୱର ଆସିଥିଲେ। ତା'ପୂର୍ବରୁ ରିଲ୍ସ କରିବା ପାଇଁ ସାଥୀଙ୍କ ସହ ଟ୍ରେନ୍ ଲାଇନ୍କୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ନୀଳାଚଳ ଏକ୍ସପ୍ରେସ୍ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା।
Powered by Froala Editor