ନବୀନ ନିବାସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ବାଜିସାରିଛି ନିର୍ବାଚନୀ ବିଗୁଲ । ଏବେ ପ୍ରାର୍ଥୀ ଚୟନର ସମୟ । ଆଉ ଆଶାୟୀ ପ୍ରାର୍ଥୀମାନେ ଟିକେଟ ପାଇଁ ନିଜ ନିଜର ଲବି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଆଜି ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ନେତା ଉକ୍ତ ବୈଠକରେ ସାମିଲ ହୋଇଛନ୍ତି । ବିଜେଡି ନେତା ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରୁଦ୍ର ମହାରଥୀ, ଉମା ସାମନ୍ତରାୟ, ସତ୍ୟ ପ୍ରଧାନ, ଶୁଭାଶିଷ ଖୁଣ୍ଟିଆ, ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ବହୁ ନେତା ବୈଠକରେ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନୀ କସରତ ଆରମ୍ଭ କରି ଦେଇଛି ରାଜ୍ୟ ବିଜେପି। କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ସଭାପତି ମନମୋହନ ସାମଲ।
ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ।
Powered by Froala Editor