ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

ଭୁବନେଶ୍ବର: ପୁଣି ଦିଲ୍ଲୀ ଗଲେ ରେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି। ସଂସଦୀୟ ବୋର୍ଡ ଚୂଡାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ନେବ। ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକରେ ଓଡିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ମାନସ ମନ୍ଥନ ହୋଇଥିଲା। ଦଳର ପର୍ଯ୍ୟବେକ୍ଷକ ମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଛି। ତେଣୁ ଏହି ତାଲିକା ଉପରେ ଆଲୋଚନା କରିବାକୁ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
Powered by Froala Editor