କୋଡ଼ି, କୋଦାଳ ଧରି ହୀରା ଖୋଜୁଛନ୍ତି ଗାଁ ସାରା ଲୋକ
ପାହାଡ ଖୋଳିଲେ ମିଳୁଛି ହୀରା । ଏ କଥା ହାଲ୍ଲା ହେବା ପରେ ପ୍ରାୟ ସବୁ ଗ୍ରାମବାସୀ ହୀରା ଖୋଜିବାରେ ଲାଗି ପଡିଛନ୍ତି । ପ୍ରାୟ ତିନି ଏକର ପରିମିତ ଜଙ୍ଗଲିଆ ଅଞ୍ଚଳରେ ସମସ୍ତେ କୋଡି କୋଦାଳ ଧରି ଖୋଳିବାରେ ଲାଗିଛନ୍ତି। ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନତାଲ ପ୍ରାନ୍ତ ହ୍ୱାହଲଥୀ ଗାଁରେ ଘଟିଛି ।
ବାସ୍ତବରେ ଘଟଣାଟି କିଛି ଏମିତି । କେତେକ ଭୂତତ୍ବବିତ ଗ୍ରାମର ପାଖ ଜଙ୍ଗଲିଆ ଅଞ୍ଚଳ ଅନୁସନ୍ଧାନ କରୁଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ସେଠାରେ କେତେକ ବିରଳ ତଥା ଅଜଣା ପଥର ବାହାରୁଛି। ଏହି କଥାଟି ସାରା ଅଞ୍ଚଳରେ ବ୍ୟାପିବାରେ ଲାଗିଲା। ଗାଁରେ କିଛି ଚକମକ କରୁଥିବା ପଥର ମିଳିବା ପରେ ଗାଁ ଲୋକମାନେ ଭାବିଛନ୍ତି ଯେ ଏଠାରେ ହୀରା ଅଛି ତେଣୁ ସମସ୍ତେ ମିଶି ଗାଁ ଖୋଳିବାରେ ଲାଗିପଡିଛନ୍ତି । ଶନିବାରରୁ ଖୋଳିବା ଆରମ୍ଭ କରିଦେଇଛନ୍ତି ଏବଂ ତାଙ୍କୁ ସହଯୋଗ କରିବା ପାଇଁ ହଜାର ହଜାର ଲୋକ ମିଶିଯାଇଛନ୍ତି । ଲୋକଙ୍କ କହିବାନୁସାରେ ଏହା କ୍ୱାର୍ଟର୍ଜ କ୍ରିଷ୍ଟାଲ । ଜଣେ ବ୍ୟକ୍ତିଙ୍କୁ ଏହି ପଥର ମିଳିବା ପରେ ଏମିତି କାରନାମା ଚାଲିଛି ।
ଖନନ ବିଭାଗ କହିଛି ଯେ, ଏହି ପଥରର ନମୁନା ଏକାଠି କରିବା ଏବଂ ଯାଞ୍ଚ କରିବା ପାଇଁ ଭୁ-ବୈଜ୍ଞାନିକ ଓ ଖନନ ବିଶେଷଜ୍ଞଙ୍କ ଏକ ଟିମ୍ ପଠାଯାଇଛି । ଏହା ପରେ ଏହି ମାମଲାରେ ରିପୋର୍ଟ ଜାରି କରାଯିବ । କିନ୍ତୁ ଲୋକଙ୍କୁ ଏଥିରେ ଫରକ ପଡୁନି ଯେ ଏବେ ଯାଞ୍ଚ ହେବା ବାକି ଅଛି । ସେମାନେ ସମସ୍ତ ଖୋଳିବା ଆରମ୍ଭ କରିଦେଇଛନ୍ତି ।
Powered by Froala Editor