ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ
ଲକ୍ଷ୍ମୀପୁର: ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଚାଞ୍ଚଲ୍ୟ। ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଛି। ହାତ ବାନ୍ଧି ଦୁଇ ଯୁବକଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର ବୋଲି ଜଣାପଡିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପରେ ବନ୍ଧୁଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।
Powered by Froala Editor