ଦୃଢତାର ସହ ଆମେ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର
ଭୁବନେଶ୍ବର: ପୂରା ରଣନୀତି ସରିଛି, ବୈଠକ ପରେ ସବୁ ଜଣାପଡ଼ିବ । ଦୃଢତାର ସହ ଆମେ ନିର୍ବାଚନ ଲଢ଼ିବୁ। ଏଭଳି କହିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ସେ କହିଛନ୍ତି ।
ପ୍ରକାଶ ଯେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ କୁ ନେଇ ସସପେନ୍ସ ଲାଗିରହିଛି। ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଜି ରାଜ୍ୟ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କୋର କମିଟି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିବେ । ତା ସହ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଳ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ମିଟିଂ ଅନୁଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ବିଜେପି ସଭାପତି , ବରିଷ୍ଠ ବିଧାୟକ ଏବଂ ସାଂସଦମାନେ ସାମିଲ ହେବେ ।
Powered by Froala Editor