ସମସ୍ତ ତଥ୍ୟକୁ ବିଚାର କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ:ସିବିକେ ମହାନ୍ତି
ଭୁବନେଶ୍ୱର: ଅନଲକ ମୁହାଁ ଓଡ଼ିଶା। ତେବେ ସମସ୍ତ ତଥ୍ୟକୁ ବିଚାର କରି ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ସଂକ୍ରମଣ କମିବା ସହ ଏବେ ମୃତ୍ୟୁହାର ମଧ୍ୟ କମିଲାଣି। ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା ପ୍ରକାଶ କରିଛନ୍ତି ଡିଏମଇଟି।
ଅନ୍ୟପଟେ ଅନଲକକୁ ନେଇ ସେ କହିଛନ୍ତି ଯେ, ଅନଲକ ହେଲେ ମଧ୍ୟ ଲୋକଙ୍କୁ କଡାକଡି ନିୟମ ପାଳନ କରିବାକୁ ପଡିବ। କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି ଯେ, ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟର ମଧ୍ୟ ପଜେଟିଭ୍ ରେଟ୍ କମୁଛି। ଦେଶ ଓ ରାଜ୍ୟର ମଧ୍ୟ ମୃତ୍ୟୁ ହାର କମୁଛି । ଲକଡାଉନ ସମ୍ପର୍କରେ ରାଜ୍ୟ ସରକାର ସନ୍ଧ୍ୟାରେ ଜଣାଇବେ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।
Powered by Froala Editor