ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ
କଟକ: ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ୧୫,୦୦୦ରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କର ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇସାରିଛନ୍ତି। ଜିଲା ଶିକ୍ଷାଧିକାରୀମାନେ ମୂଲ୍ୟାୟନ କେନ୍ଦ୍ର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ରାଜ୍ୟରେ ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ ଆରମ୍ଭ ହେବାର ୧୫ ଦିନ ମଧ୍ୟରେ ଖାତାଦେଖା କାର୍ୟ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ୍, ୭,୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩,୦୩୭ ଜଣ ଛାତ୍ରୀଛାତ୍ର ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ ନୋଡାଲ କେନ୍ଦ୍ର କରାଯାଇଥିଲା।
Powered by Froala Editor