ଏହି ୨୩ ପ୍ରଜାତିର କୁକୁର ରଖିପାରିବେନି, କେନ୍ଦ୍ର ସରକାର ଲଗାଇଲେ ପ୍ରତିବନ୍ଧକ

୨୩ ବିପଜ୍ଜନକ ପ୍ରଜାତିର କୁକୁର କୁକୁରମାନଙ୍କୁ ରଖିବା ଉପରେ ଲାଗିଛି ବ୍ୟାନ୍। ପୋଷା କୁକୁରଙ୍କ ବଢ଼ୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡିକୁ ଏହି କୁକୁର ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପିଟ୍ବୁଲ୍ ଟେରିୟର୍, ଆମେରିକାନ୍ ବୁଲଡଗ୍, ରାଟବିଲର୍, ଆମେରିକାନ୍ ଷ୍ଟେଫର୍ଡଶାୟର୍ ଟେରିୟର୍, ଫିଲା ବ୍ରାସିଲୋରୀ, ଡୋଗୋ ଅର୍ଜେଣ୍ଟିନୋ, କୋକେସିଅନ୍ ସେଫର୍ଡ, ମଧ୍ୟ ଏସିଆୟୀ ସେଫର୍ଡ, ମସ୍କୋ ଗାର୍ଡ ଡଗ୍, ରୋଡେସିଆନ୍ ରିଜବ୍ୟାକ୍ ଓ ମାଷ୍ଟିଫ୍ସ ସମତେ ୨୩ଟି ହିଂସ୍ରା ପ୍ରଜାତିର କୁକୁର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରାଯାଇଛି।
କେନ୍ଦ୍ର ସରକାରଙ୍କ ବ୍ୟାନ କରିଥିବା ଏହି କୁକୁରମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିବା ପାଇଁ ଅଭ୍ୟସ୍ତ ନୁହନ୍ତି । ସେମାନେ ଖାଲି ସ୍ଥାନରେ ରହିବାକୁ ପସନ୍ଦ କରନ୍ତି । ହେଲେ ଆଜିର ଦୈନନ୍ଦିନ କାର୍ଯ୍ୟରେ ଲୋକେ ଏପରି ବିପଜ୍ଜନକ ପ୍ରଜାତିର କୁକୁରମାନଙ୍କୁ କେବଳ ସ୍ଥିତିର ପ୍ରତୀକ ଭାବରେ ବ୍ୟବହାର କରନ୍ତି । ଫଳରେ ଏହି ପ୍ରଜାତିର କୁକୁର ମାନେ ପାଣିପାଗ ଯୋଗୁଁ ଅନେକ ସମୟରେ ଅସୁସ୍ଥ ହୋଇପଡନ୍ତି ।ଏମାନେ ଆଉ ଗୃହପାଳିତ ହୋଇ ରହିପାରିବେ ନାହିଁ। ସମସ୍ତ ମିଶ୍ରିତ ଏବଂ କ୍ରସ୍ ପ୍ରଜାତି ପାଇଁ ଏହି ନିୟମ ଲାଗୁ ହେବ ବୋଲି ପଶୁପାଳନ ମନ୍ତ୍ରଣାଳୟ କହିଛି।
Powered by Froala Editor