ଧାର୍ମିକ ଶୋଭାଯାତ୍ରାରୁ ନାବାଳିକାକୁ ଅପହରଣ କରି ଗଣବଳାତ୍କାର
ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ହେଲେ ପାଶବିକ ଅତ୍ୟାଚାରର ଶିକାର। ଶୋଭାଯାତ୍ରାର ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ନେଇ ଗଣବଳାତ୍କାର କଲେ ୭ ଯୁବକ । ଏପରି ଏକ ଅମାନୁଷିକ ଘଟଣା ତାମିଲନାଡ଼ୁର ବୈଲ୍ଲାକୋବିଲରେ ଘଟିଛି। ପୁଲିସ୍ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତାମିଲନାଡ଼ୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଗଣବଳାତ୍କାର କରିବା ସହ ଘଟଣା ବାହାରେ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ।
ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍ ଗଠିତ ହୋଇଥିଲା। ଏହାପରେ ପୁଲିସ୍ କାମାରାଜାପୁରକମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟଜଣେ ୨୯ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ଟ୍ରେଲ ଆଧାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୁଲିସ୍ ।
Powered by Froala Editor