ନକଲି ଅସ୍ତ୍ର ଲାଇସେନ୍ସ ମାମଲା : ମୁଖତାର୍ ଅନସାରୀଙ୍କୁ ଆଜୀବନ ଜେଲ୍

ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା କରାଯାଇଛି।
୩୬ବର୍ଷ ପୁରୁଣା ଅପରାଧ ପାଇଁ ବାରାଣସୀର ଏମ୍ପି-ଏମ୍ଏଲ୍ଏ କୋର୍ଟ ମଙ୍ଗଳବାର ଦିନ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ରାୟ ଶୁଣାଇଛନ୍ତି କୋର୍ଟ। ମୁଖତାର୍ଙ୍କ ଦଣ୍ଡ ସମ୍ପର୍କରେ ଏକ ୫୪ ପୃଷ୍ଠାର ନିଷ୍ପତ୍ତି ଆସିଛି। ଏହି ଶୁଣାଣି ସମୟରେ ମୁଖତାର୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ।
ଜୁନ ୫, ୨୦୨୩ରେ ଉକ୍ତ କୋର୍ଟ ଅକ୍ଷୟ ରାୟ ହତ୍ୟା ମାମଲାରେ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏପର୍ଯ୍ୟନ୍ତ ୭ଟି ମାମଲାରେ ମୁଖତାର୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁଖତାରଙ୍କୁ ଅଷ୍ଟମ ଥର ପାଇଁ ଦଣ୍ଡିତ କରାଯାଇଛି।
Powered by Froala Editor