ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ଆଗକୁ ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ଏବେ ଆକ୍ସନ ମୁଡରେ ଛାତ୍ର କଂଗ୍ରେସ । ରାଜଧାନୀରେ ପୁଣି ଆନେ୍ଦାଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । କେବଳ ଆନେ୍ଦାଳନକୁ ଓହ୍ଲାଇଛି ନବୀନ ନିବାସ ଘେରାଉ କରାଯିବାକୁ ଉଦ୍ୟମ ମଧ୍ୟ କରାଯାଇଛି । ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଛାତ୍ର କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ ।
ତେବେ ଶିଶୁ ଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ପୁଲିସ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ସେଠାରେ ଏକପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବେକାରୀ ସମସ୍ୟା ଓ ପ୍ରଶ୍ନପତ୍ର ଲିକ ଭଳି ବିଭିନ୍ନ ସମସ୍ୟା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ କରାଯିବାକୁ ଉଦ୍ୟମ କରାଯାଇଛି ।
Powered by Froala Editor