ସର୍ଜନ ବାପାର ନୃଶଂସ କାଣ୍ଡ, ଝିଅର ଅନ୍ତନଳୀ ଚିରି ନିଜେ ଆତ୍ମହତ୍ୟା କଲା
ପଶୁ ମାନଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତର ନିଜେ ପାଲଟିଗଲା ପଶୁଠୁ ହୀନ । ନିଜ ଝିଅକୁ ମାରି ଅନ୍ତନଳୀ ବାହାରି କରିଦେଲା । ହସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (LUWAS) ର ସର୍ଜିକାଲ ବିଭାଗରେ ଥିବା ଡା. ସନ୍ଦୀପ ଗୋୟଲ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ୮ବର୍ଷର ଝିଅ ସାନାୟାକୁ ଅତି ନିର୍ମମ ଭାବରେ ହତ୍ୟା କରି ପଶୁ ପରି ଅସ୍ତ୍ରୋପଚାର କରିଥିଲା।
ସନ୍ଦୀପ ସର୍ଜିକାଲ ବ୍ଲେଡରେ ଝିଅ ଶରୀରକୁ ଚିରିଦେଲେ। ପ୍ରଥମେ ଗଳା କାଟିଦେଲେ ଏବଂ ପରେ ପେଟରୁ ଅନ୍ତନଳୀ ବାହାର କରି ଦେଲେ। ପରେ ସନ୍ଦୀପ ନିଜେ ଏକ ସର୍ଜିକାଲ ବ୍ଲେଡ ଦ୍ୱାରା ତାଙ୍କ ହାତର ଶିରା କାଟି ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ସନ୍ଦୀପ ରବିବାର ସନ୍ଧ୍ୟାରେ ଝିଅକୁ ଧରି ବୁଲିବାକୁ ବାହାରିଥିଲେ । ପତ୍ନୀ ଓ ମା’ଙ୍କୁ କହିଥିଲେ ୫ ମିନିଟରେ ଫେରି ଆସିବେ । ଝିଅକୁ ଧରି ଲୁୱାସରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ଫେରିବାରେ ବିଳମ୍ବ ହେବାରୁ ପତ୍ନୀ ବାରମ୍ବାର ଫୋନ କରିଥିଲେ । କୌଣସି ଉତ୍ତର ନମିଳିବାରୁ ସେ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ସେଠାରେ ସନ୍ଦୀପ ଓ ଝିଅର ମୃତଦେହ ଦେଖି ପତ୍ନୀ ନିତୁ ବେହୋସ ହୋଇଯାଇଥିଲେ । ଏପରିକି ଝିଅକୁ ନିଜ ବାପା ଏତେ ନୃଶଂସ ଭାବେ ମାରିଥିବା ସେ ଭାବି ପାରିନଥିଲେ । ତେବେ ସନ୍ଦୀପଙ୍କ ଆତ୍ମହତ୍ୟା ଓ ଝିଅ ହତ୍ୟା ପଛରେ କ’ଣ କାରଣ ଥିଲା ଜଣାପଡିନି । ପୁଲିସ ତଦନ୍ତ କରୁଛି ।
Powered by Froala Editor