ବଲ୍ଲଭ ଭବନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଦଲିଲ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋପାଳସ୍ଥିତ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। କୁହାଯାଉଛି ଯେ ନିଆଁରେ ପାଉଁଶ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପୋଡି ଦିଆଯାଇଛି। ପୁରୁଣା ଫାଇଲ ଏବଂ ଅଳିଆ ଗଦାରେ ନିଆଁ ଲାଗିଛି।
ଶନିବାର ସକାଳେ ହଠାତ୍ ସଚିବାଳୟର ଚତୁର୍ଥ ମହଲାରେ ନିଆଁ ଲାଗି ଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବିଲ୍ଡିଂର ଚତୁର୍ଥ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ଦୌଡ଼ାଦୌଡ଼ି କରି ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।
ଏହି ଘଟଣା ମଧ୍ୟ ପ୍ରଦେଶରେ ଦ୍ରୁତ ବେଗରେ ଖେଳି ଯାଇଛି। ଏହା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସଚିବାଳୟ ବଲ୍ଲଭ ଭବନରେ ଅବସ୍ଥିତ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏଠାରେ ଅଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଠା ପଞ୍ଚମ ମହଲାରେ ଅଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।
Powered by Froala Editor