ତାମିଲ ଫିଲ୍ମ ନିର୍ମାତା ଗିରଫ, ନଡ଼ିଆ ଗୁଣ୍ଡରେ ଚାଲାଣ କରୁଥିଲେ ଡ୍ରଗ୍ସ
ଡ୍ରଗ୍ସ ରାକେଟ୍ ମାମଲାରେ ଧରା ପଡିଲେ ତାମିଲ ଫିଲ୍ମ ନିର୍ମାତା ଜାଫର ସାଦିକ । ଦେଶ ବାହାରକୁ ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜାଫର ସାଦିକଙ୍କୁ ଗିରଫ କରିଛି। ଚାରି ମାସ ଧରି ସାଦିକଙ୍କୁ ଖୋଜିବା ପରେ ଶନିବାର ତାଙ୍କୁ ଏନ୍ସିବି ଗିରଫ କରିବାରେ ସଫଳ ହୋଇଛି।
ଏନ୍ସିବି ସାଦିକଙ୍କୁ ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜଲାଣ୍ଡ ଡ୍ରଗ୍ସ ଚାଲାଣ ନେଟଓ୍ୱର୍କର 'କିଙ୍ଗପିନ୍' ବୋଲି ମଧ୍ୟ କହିଛି। ଫିଲ୍ମ ନିର୍ମାତାଙ୍କ ସମେତ ୩ ଜଣଙ୍କୁ ଏନ୍ସିବି ଏହି ଡ୍ରଗ୍ସ ଚାଲାଣ ମାମଲାରେ ଦିଲ୍ଲୀରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ କେଜିରୁ ଅଧିକ ଡ୍ରଗ୍ସ ଜବତ ହୋଇଛି।
ଅଭିଯୁକ୍ତମାନେ ବିଭିନ୍ନ ଦେଶକୁ ୪୫ରୁ ଅଧିକ ଥର ୩ ହଜାର ୫ ଶହ କେଜିର ଡ୍ରଗ୍ସ ଚାଲାଣ କରିଛନ୍ତି । କାର୍ଗୋ ବିମାନ ଜରିଆରେ ଏହି ଡ୍ରଗ୍ସକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେପରିକି ପ୍ରୋଟିନ୍ ପାଉଡର୍ ଓ ଶୁଖିଲା ନଡିଆ ଗୁଣ୍ଡରେ ଲୁଚାଇ ଚାଲାଣ କରାଯାଉଥିଲା ବୋଲି ଏନସିବି କହିଛି ।
Powered by Froala Editor