ଦେଶରେ କରୋନା ସଙ୍କ୍ରମଣରେ ଲାଗୁଛି ବ୍ରେକ
ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କ୍ରମଣରେ ଲାଗୁଛି ବ୍ରେକ । 76 ଦିନ ପରେ ଭାରତରେ ସବୁଠୁ କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 60 ହଜାର 471 ନୂଆ କେସ ସାମ୍ନାକୁ ଆସିଛି । ତେବେ ପୁଣି ଥରେ 2 ହଜାର 726 ଲୋକଙ୍କ ଜୀବନ ନେଇଛି କରୋନା । ବର୍ତ୍ତମାନ ଦେଶରେ ଆକ୍ଟିଭ କେସର ସଂଖ୍ୟା 9 ଲକ୍ଷ 13 ହଜାରରେ ପହଞ୍ଚିଛି । ସେହିପରି ଦେଶରେ ରିକଭରି ରେଟ୍ 95.64 ପ୍ରତିଶତରେ ପହଁଚିଛି । ଆକ୍ଟିଭ କେସ ମଧ୍ୟ 4 ପ୍ରତିଶତ କମିଛି ।
Powered by Froala Editor