ପାଠ ପଢ଼ାଇଲେ ଦେଶର ପ୍ରଥମ ଏଆଇ ଶିକ୍ଷୟିତ୍ରୀ ‘ଆଇରିସ’

ଏଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ଶିକ୍ଷାରେ ମଧ୍ୟ ଏଆଇ ଶିକ୍ଷୟିତ୍ରୀ ଆସିଛନ୍ତି । ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଏଆଇ ଶିକ୍ଷୟିତ୍ରୀ ଆଇରିସ କେରଳର ଥିରୁଭାନନ୍ତପୁରମର KTCT ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଇବାକୁ ଆସିଥିଲେ।
ଆଇରିସ ଅଟଳ ଟିଙ୍କରିଂ ଲ୍ୟାବ (ATL) ପ୍ରକଳ୍ପର ଏକ ଅଂଶ। ଏହି ବହୁଭାଷୀ ଏଆଇ ଶିକ୍ଷୟିତ୍ରୀଙ୍କ ସାମର୍ଥ୍ୟ ଇନଷ୍ଟାଗ୍ରାମରେ ମେକର୍ ଲ୍ୟାବ ଦ୍ୱାରା ଶେୟାର ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳେ। ଆଇରିସ ବିଭିନ୍ନ ପ୍ରସଙ୍ଗରେ ଜଟିଳ ପ୍ରଶ୍ନର ଉତ୍ତର ଦେଇପାରେ । ବ୍ୟକ୍ତିଗତ ସ୍ବର ସହାୟତା ପ୍ରଦାନ କରିପାରେ ଏବଂ ପାରସ୍ପରିକ ଶିକ୍ଷଣ ଅଭିଜ୍ଞତାକୁ ସହଜ କରିପାରେ।
ସୂଚନାଯୋଗ୍ୟ ଯେ, ଆଇରିସ ହେଉଛି ରାଜ୍ୟ ତଥା ଦେଶରେ ପ୍ରଥମ ହ୍ୟୁମାନୋଇଡ ରୋବଟ ଶିକ୍ଷୟିତ୍ରୀ। ଆଇରିସ ପଢାଇଥିଲେ।
Powered by Froala Editor