ତାତିରେ ଲାଗିବ ବିରାମ୍, ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତିରେ ଲାଗିବ ବ୍ରେକ୍। ପଶ୍ଚିମା ଝଡ ପ୍ରଭାବରେ ତାତିରେ ସାମାନ୍ୟ ବିରାମ୍ ଲାଗିବ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍ତର ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁୁଗୁଡା, ସୁନ୍ଦରଗଡ , କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ମଙ୍ଗଳବାର ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର , ଭଦ୍ରକ , ଢେଙ୍କାନାଳ ଓ ଯାଜପୁର ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ। ରବିବାର ମଧ୍ୟ ୩୭ ଡିଗ୍ରୀ ସହିତ ମାଲକାନଗିରି ସବୁଠୁ ଉତ୍ତପ୍ତ ସହର ଥିଲା।
Powered by Froala Editor