କଂଗ୍ରେସ ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗି ଚାଲିଛି। ବହୁ ନେତା ଓ କର୍ମୀ ଲଗାତର ଦଳ ଛାଡ଼ୁଛନ୍ତି। ଇତି ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ପିସିସି ଉପସଭାପତି ରଜତ ଚୌଧୁରୀ ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ପିସିସି ଉପସଭାପତି ଥିବା ରଜତ ଚୌଧୁରୀ ଯୁବ କଂଗ୍ରେସର ସଭାପତି ମଧ୍ୟ ଥିଲେ।
Powered by Froala Editor