ଆଙ୍ଗୁଠିରେ ସାଲ୍ୟୁଟ କରି ଯୁକ୍ତି କଲେ ଏସିପି, ରାଗିଗଲେ ବିଚାରପତି
ଭୁଲ୍ ଭାବେ ସାଲ୍ୟୁଟ୍ ମାରି ଗାଳି ଶୁଣିଛନ୍ତି ଏସିପି । ଏପରି ଘଟଣା ହରିୟାଣାର ଗୁରଗ୍ରାମରେ ଘଟିଛି। ଗତ ୮ ତାରିଖରେ ACP ନବୀନ ଶର୍ମା ଗୁରଗ୍ରାମସ୍ଥିତ ଫାଷ୍ଟ କ୍ଲାସ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଯାଇଥିଲେ। ଜଣେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ସେ ସେଠାକୁ ନିଜ ଟିମ୍ ସହ ଯାଇଥିଲେ। ସେଠାରେ ସେ ବିଚାରପତିଙ୍କୁ ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରିଥିଲେ।
ଏନେଇ ପଚରାଯିବାରୁ ନିଜ ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ। ପୁଲିସ୍ ଟ୍ରେନିଂ ବେଳେ ୩ ପ୍ରକାର ସାଲ୍ୟୁଟ ହେବାକୁ ଶିଖା ଯାଇଥିବା କହିଥିଲେ। ଏହାପରେ ସେ କହିଥିଲେ, ସାର୍ଟ ଟାଇଟ୍ ଥିବାରୁ ମୁଁ ଠିକ୍ ଭାବେ ସାଲ୍ୟୁଟ କରି ପାରି ନ ଥିଲି।
ଏପରି ଉତ୍ତରରେ ବିଚାରପତିଜଣକ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏଥିସହ ପ୍ରତ୍ୟେକ ପୁଲିସ୍ ଅଧିକାରୀ ଅଦାଲତ ଚାଲିଥିବା ସମୟରେ ପ୍ରବେଶ କଲେ କିପରି ସାଲ୍ୟୁଟ କରିବେ ତାହା ପଞ୍ଜାବ ପୁଲିସ୍ ରୁଲ୍ସ-୧୯୩୪ରେ ଉଲ୍ଲେଖ ଥିବା କହିଥିଲେ। ଏଥିସହ ଫାଷ୍ଟ କ୍ଲାସ୍ ଜୁଡିସିଆଲ ମାଜିଷ୍ଟ୍ରେଟ ବିକ୍ରାନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor