Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ...

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ...

  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ...

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ...

  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ...

  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ...

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ...

ରାଜ୍ୟ
Home ›› ରାଜ୍ୟ ›› ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

2024-02-28 06:15:28
13439
Share:
Facebook
Twitter
E-Mail
WhatsApp
Telegram
 ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର:  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବଦଳି ପ୍ରକ୍ରିୟା ଜାରି ରହିଛି । ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଆଦି ଭାବେ କାର୍ୟ୍ୟରତ ମୋଟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି । 
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଅଧିକାରୀ ଭାବେ ଜିଲ୍ଲାସ୍ତରରେ କାର୍ୟ୍ୟରତ ମୋଟ ୫୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ୩୫ଜଣ ବିଡିଓଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭୦ଜଣ ତହସିଲଦାର(ଓଏଏସ)ଙ୍କ ବଦଳି ହୋଇଛି।
ସାଧାରଣ ପ୍ରଶାସନ ବିଭାଗର ୩ଟି ବଦଳି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ଉଦୟ କୁମାର ମହାପାତ୍ରଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ), ଲଗ୍ନଜିତ୍ ରାଉତଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ଲଳିତମୋହନ ବେହେରାଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ନିରଞ୍ଜନ ବେହେରାଙ୍କୁ ବାଲେଶ୍ୱର ଏଡିଏମ୍ , ଅଭିମନ୍ୟୁ ବେହେରା-(କ)ଙ୍କୁ ଜଗତସିଂହପୁର ଏଡିଏମ, ତ୍ରିନାଥ ମାଝୀଙ୍କୁ ରାୟଗଡ଼ା ଏଡିଏମ୍ ,ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ, ସୋମନାଥ ପ୍ରଧାନଙ୍କୁ ମାଲକାନଗିରି ଏଡିଏମ୍ , ଅନୀତା ପାତ୍ରଙ୍କୁ ଢେଙ୍କାନାଳ ଏଡିଏମ, ସମ୍ବିତ କୁମାର ରାଉତଙ୍କୁ ଜଗତସିଂହପୁର ଏଡିଏମ, ପ୍ରସନ୍ନ କୁମାର ପାତ୍ରଙ୍କୁ କୋରାପୁଟ ଏଡିଏମ, ନୀଳମାଧବ ଭୋଇଙ୍କୁ ପୁରୀ ଏଡିଏମ(ପ୍ରୋଟୋକଲ), ମଧୁଛନ୍ଦା ସାହୁ ବରଗଡ଼ ଏଡିଏମ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବୌଦ୍ଧ ଉପଜିଳ୍ଲାପାଳ, ଅନୁପ ପଣ୍ଡା ପାରଳାଖେମୁଣ୍ଡିି ଉପଜିଳ୍ଲାପାଳ, ଆଲୋକ କୁମାର ପ୍ରଧାନ ବଲାଙ୍ଗୀର ଉପଜିଲ୍ଲାପାଳ, ଜ୍ୟୋତି ଶଙ୍କର ରାୟ, କଟକ ଉପଜିଲ୍ଲାପାଳ, ସୁବ୍ରତ କୁମାର ଜେନା କନ୍ଧମାଳ ଉପଜିଲ୍ଲାପାଳ, ଦେବାଶୀଷ ପଟ୍ଟନାୟକ କୋରାପୁଟ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ପ୍ରିୟରଞ୍ଜନ ପୃଷ୍ଟି ପୁରୀ ଜିଲ୍ଲା ପରିଷଦ କାର୍ୟ୍ୟନିବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ(ଇଓ ଓ ସିଡିଓ), ଦୟାମୟ ପାଢ଼ୀ କଳାହାଣ୍ଡି ସିଡିଓ-ଇଓ ଜିଲ୍ଲା ପରିଷଦ, ରତ୍ନାକର ସାହୁ କନ୍ଧମାଳ ସିଡିଓ-ଇଓ ଜିଲ୍ଲା ପରିଷଦ, ନରେଶ ଚନ୍ଦ୍ର ଶବର ମାଲକାନଗିରି ସିଡିଓ-ଇଓ ଜିଲ୍ଲା ପରିଷଦ, ପ୍ରିୟଦର୍ଶନୀ ମଲ୍ଲିକ କଟକ ସିଡିଏ ସଚିବ, ଲଲାଟ କୁମାର ଲୁହ ସମ୍ବଲପୁର ଆରଡିସିଙ୍କ ଅତିରିକ୍ତ ସଚିବ, ରାଜେନ୍ଦ୍ର ମାଝୀଙ୍କୁ ଗଜପତି ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ, ରାମେଶ୍ୱର ପ୍ରଧାନ ବ୍ରହ୍ମପୁର ଆରଡିସିଙ୍କ ଅତିରିକ୍ତ ସଚିବ, କମଳଜିତ୍ ଦାସ ଏମଏସଏମଇ ବିଭାଗର ଯୁଗ୍ମ ସଚିବ, ନରେନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲା ପରିଷଦ ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ(ଇଓ), ସୁଜାତା ଶୁଭଦର୍ଶିନୀ ନାୟକ ଢେଙ୍କାନାଳ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ଫାଲଗୁନୀ ମାଝୀ ରାୟଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ନୀଳମାଧବ ମାଝୀଙ୍କୁ ପୁରୀ ଅତିରିକ୍ତ ଉପଜିଳ୍ଲାପାଳ, ପାର୍ଥସାରଥୀ ହାସଁଦାଙ୍କୁ ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ, ଗାୟତ୍ରୀ ନାୟକଙ୍କୁ ଭୁବନେଶ୍ୱର ଇଡକୋ ଲ୍ୟାଣ୍ଡ ଅଫିସର, ବରିଷ୍ଠ ଓଏଏସ୍ ଭବତରଣ ସାହୁଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି ।ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କୁ ବଲାଙ୍ଗୀର ଜିଲ୍ଲା ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଚିନ୍ମୟୀ ବିଶ୍ୱାଳଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣର ସଚିବ, ସୁଶାନ୍ତ କୁମାର ସିଂଙ୍କୁ ବରଗଡ଼ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ଅନିରୁଦ୍ଧ ପ୍ରଧାନଙ୍କୁ ବୌଦ୍ଧ ଜିଲ୍ଲା ପରଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଛି । ଯୁଗ୍ମ ଅବକାରୀ କମିଶନର ଦିବ୍ୟଲୋଚନ ମହାନ୍ତିଙ୍କୁ କଟକ ଅତିରିକ୍ତ ଜିଲ୍ଲାପାଳ, ରବିନାରାୟଣ ତ୍ରିପାଠୀଙ୍କୁ କଟକସ୍ଥିତ ଯୁଗ୍ମ ଅବକାରୀ କମିଶନର ଓ ପଲ୍ଲବୀ ରାଣୀ ରାଜଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।ଏହି ବଦଳି ବ୍ୟତୀତ କରଞ୍ଜିଆ, କେନ୍ଦୁଝର, ବାରିପଦା, ଫୁଲବାଣୀ, ଗୁଣୁପୁର, ରାୟଗଡ଼ା, ଜୟପୁର, ମାଲକାନଗିରି, ପାରଳାଖେମୁଣ୍ଡି ଆଦି ଆଇଟିଡିଏ ପ୍ରକଳ୍ପ ଅଧିକାରୀ(ଓଏଏସ)ଙ୍କୁ ବଦଳି କରାଯାଇଛି ।ଏହି ଉପରୋକ୍ତ ଓଏଏସ୍ ଅଧିକାରୀଙ୍କ ସମେତ ପଂଚାୟତିରାଜ ବିଭାଗ ଅଧୀନରେ କାର୍ୟ୍ୟରତ ୩୫ଟି ବ୍ଲକର ବିଡିଓ ଓ ରାଜସ୍ୱ ବିଭାଗ ଅଧୀନରେ କାର୍ୟ୍ୟରତ ୭୦ଜଣ ତହସିଲଦାର ଓ ଡେପୁଟି କଲେକ୍ଟରଙ୍କୁ ମଧ୍ୟ ଆଜି ବଦଳି କରାଯାଇଛି । ସମସ୍ତଙ୍କୁ ତୁରନ୍ତ ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଗତ ୨୪ ତାରିଖରେ ନିର୍ବାଚନ କମିଶନ ବଦଳି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ଓ ନିଜ ସଂସଦୀୟ କ୍ଷେତ୍ରରେ ଅଫିସରଙ୍କ ନିଯୁକ୍ତି ନଦେବାକୁ ତାଗିଦ୍ କରିଥିଲେ ।

Powered by Froala Editor

Tags oas reshuffle

Related articles Odisha News Lens 4.1

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା

    14903
    May 24, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14977
    May 24, 2026
  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ
    ଦେଶ-ଦେଶାନ୍ତର

    ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

    14176
    May 23, 2026
  •  ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ
    ବିଶେଷ

    ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15429
    May 24, 2026
  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15417
    May 23, 2026
  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର

    13848
    May 24, 2026
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15516
    May 24, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14388
    May 24, 2026
  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13983
    May 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା

    14903
    May 24, 2026
  • ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15417
    May 23, 2026
  • ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14977
    May 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16876
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17496
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17542
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17927
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15429
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14973
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14384
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14510
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15571
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15419
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15161
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15651
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13984
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15429
    May 24, 2026
  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15417
    May 23, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14388
    May 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In