ଭାରତୀୟ ନୌସେନା ପାଇଁ ଆସିବ ଆଉ ତିନି ଯୁଦ୍ଧ ବୁଡାଜାହାଜ
ଭାରତକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ୩ଟି ଯୁଦ୍ଧ ବୁଡାଜାହାଜ । ଭାରତ ସମୁଦ୍ରରେ ତାର ଶକ୍ତି ବୃଦ୍ଧି କରିବା ପାଇଁ ତିନୋଟି ଆଣବିକ ସଂପନ୍ନ ବୁଡାଜାହାଜ ପ୍ରସ୍ତୁତ କରୁଛି । ଏହା ୯୫ ପ୍ରତିଶତ ସ୍ୱଦେଶୀ ହେବ । ସୂତ୍ର ଅନୁଯାୟୀ, ଏହି ତିନୋଟି ବୁଡାଜାହାଜ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ବିଶାଖାପାଟଣାରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଅରିହନ୍ତ ଶ୍ରେଣୀର ପ୍ରକଳ୍ପଠୁ ଭିନ୍ନ ରହିବ। ଏହା ଆଧାରରେ ଛଅ ଆଣବିକ ସଂପନ୍ନ ବୁଡାଜାହାଜ ନିର୍ମାଣ କରାଯିବ। ଭାରତ ଛଅ ଆଣବିକସଂପନ୍ନ ବୁଡାଜାହାଜ ସମେତ ୨୪ ବୁଡାଜାହାଜ ନୌସେନାରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।
ଅରିହନ୍ତ ଶ୍ରେଣୀର ବୁଡାଜାହାଜ ବାଲାଷ୍ଟିକ ମିସାଇଲ କ୍ଷମତା ସଂପନ୍ନ ଅଟେ। ଏହି ସବୁ ଜାହାଜ ନିର୍ମାଣ ମେଡ୍ ଇନ ଇଣ୍ଡିଆ ଅନ୍ତର୍ଗତରେ ହେବ। ଏଥିରେ ଘରୋଇ ଓ ସାର୍ବଜନୀନ କ୍ଷେତ୍ର ସମେତ ଘରୋଇ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। କିଛି ବର୍ଷ ପୂର୍ବେ ଅରିହନ୍ତ ଶ୍ରେଣୀର ପ୍ରଥମ ବୁଡାଜାହାଜକୁ ନୌସେନାରେ ସାମିଲ କରାଯାଇଥିଲା। ଦ୍ଵିତୀୟ ଆଇଏନଏସ ଅରିଘାତର ସମୁଦ୍ରରେ ପରୀକ୍ଷଣ ଚାଲିଛି ଏବଂ ଏହାକୁ ଶୀଘ୍ର ନୌସେନାରେ ସାମିଲ କରାଯିବ।
Powered by Froala Editor