ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଆପ ନେତା କୁଲଦୀପ ଚଣ୍ଡିଗଡ଼ ନୂଆ ମେୟର
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଲାଗିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆପ ନେତା କୁଲଦୀପ କୁମାରଙ୍କୁ ନୂଆ ମେୟର ଭାବେ ଘୋଷଣା କରାଯାଇଛି । ସୁପ୍ରିମକୋର୍ଟରେ ମଙ୍ଗଳବାର ଏହାର ଶୁଣାଣି ହେଉଥିବାବେଳେ ଏଭଳି ଘୋଷଣା କରାଯାଇଛି । କଂଗ୍ରେସ ଏବଂ ଆପ ମିଶି ନିର୍ବାଚନ ଲଢ଼ିଥିବାବେଳେ ବିଜେପି ପ୍ରାର୍ଥୀ ମେୟର ହୋଇଥିଲେ । ୮ ଭୋଟ ଅବୈଧ ଘୋଷଣା କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହୋଇଥିବାବେଳେ କୁଲଦୀପ କୁମାରଙ୍କ ସମୟରେ ରାୟ ଯାଇଛି ।
ଜାନୁଆରୀ ଶେଷ ଭାଗରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କୁଲଦୀପଙ୍କ ବିରୋଧରେ ବିଜେପି ମନୋଜ ସୋନକରଙ୍କୁ ପ୍ରାର୍ଥୀ କରିଥିଲା। ରିଟର୍ଣ୍ଣ ଅଫିସର ଅନୀଲ ମସିହ ଜାଣୁଶୁଣି ଆପ୍ର ୮ କାଉନସିଲରଙ୍କ ଭୋଟ ନାକଚ କରି ବିଜେପି ପ୍ରାର୍ଥୀଙ୍କୁ ମେୟର ଘୋଷଣା କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଅନୀଲଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ସେ ନାକଚ କରିଥିବା ୮ ଭୋଟକୁ ବୈଧକ ଘୋଷଣା କରିଛନ୍ତି।
ଫଳାଫଳରେ ଜାଲିଆତି ହୋଇଥିବା ନେଇ ଯାଞ୍ଚ ପରେ ରିଟର୍ଣ୍ଣିଂ ଅଫିସରଙ୍କୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ ନାକଚ ହୋଇଥିବା ଆଠ ଭୋଟକୁ ମାନ୍ଯତା ଦେଇ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ।
Powered by Froala Editor