ମହାରାଷ୍ଟ୍ର ବିଧାନସଭାରେ ମରାଠା ସଂରକ୍ଷଣ ବିଲ୍ ପାରିତ
ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ ହୋଇଯାଇଛି। ମହାରାଷ୍ଟ୍ର ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହି ବିଲ୍ ଏବେ ବିଧାନ ପରିଷଦରେ ଉପସ୍ଥାପିତ ହେବ ଏବଂ ତାପରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ । ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ।
ପ୍ରାୟ ୨.୫ କୋଟି ପରିବାରକୁ ନେଇ ଏକ ସର୍ଭେ ଆଧାରରେ ମହାରାଷ୍ଟ୍ର ରାଜ୍ୟ ପଛୁଆ ଶ୍ରେଣୀ ଆୟୋଗ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ସର୍ଭେ ରାଜ୍ୟରେ ମରାଠା ସମ୍ପ୍ରଦାୟ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଉପସ୍ଥାପନ କରିଥିଲା। ରିପୋର୍ଟ ଆଧାରରେ ବିଲକୁ ସମ୍ମତି ମିଳିଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଥିଲା। ଆଉ ବିଧାନସଭାରେ ପାରିତ ହୋଇଯିବା ପରେ ରାଜ୍ୟପାଳଙ୍କ ନିକଟକୁ ଯିବ। ରାଜ୍ୟପାଳଙ୍କ ଅନୁମତି କ୍ରମେ କାର୍ଯ୍ୟକାରୀ ହେବ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏହି ସଂରକ୍ଷଣ ବିଲ୍ ଉପସ୍ଥାପନ କରିବା ସମୟରେ ଏହାକୁ ପୂର୍ଣ୍ଣ ସମର୍ଥନ ସହ ପାସ୍ କରିବାକୁ ନିବେଦନ କରିଥିଲେ। ତେବେ ଶାସକ ମେଣ୍ଟର ଗୃହ ଛଗନ ଭୁଜବଳଙ୍କ ସମେତ କିଛି ବିରୋଧୀ ନେତା ବିଲକୁ ବିରୋଧ କରିଥିଲେ ।
Powered by Froala Editor