ମାର୍ଚ୍ଚରେ ହୁ ହୁ ବଢ଼ିବ ପିଆଜ ଦର
ରସୁଣର ଦରବୃଦ୍ଧି ପରେ ଆଗକୁ ପିଆଜ ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ପିଆଜ ରପ୍ତାନି ଉପରେ କଟକଣା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ଖବରକୁ ଖଣ୍ଡନ କରିଛନ୍ତି। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିଛି ଏବଂ ଏହାର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ମାର୍ଚ୍ଚରେ ପିଆଜ ପୁଣିଥରେ ଖାଉଟିଙ୍କୁ କଲବଲ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଖରିଫ ଫସଲ ନଆସିବା ଯାଏ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶରେ ବଡ଼ ଧରଣର ଯୋଗାଣ ସଂକଟ ଦେଖାଦେବ ବୋଲି ଅନୁମାନ କରାଯାଉଛି।
ପିଆଜ ରପ୍ତାନି ଉପରେ କଟକଣା ହଟିବା ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇବା ମାତ୍ରେ ଦେଶର ସର୍ବବୃହତ ହୋଲସେଲ ପିଆଜ ବଜାର ଲାସଲଗାଓଁରେ ପାଇକାରୀ ପିଆଜ ଦର ୪୦.୬୨ ପ୍ରତିଶତ ବୃଦ୍ଧି ପାଇ ୧୯ ଫେବୃଆରୀ ୨୦୨୪ରେ କ୍ୱିଣ୍ଟାଲ ପିଛା ୧୮୦୦ ଟଙ୍କାରେ ପହଞ୍ଚିଛି।
Powered by Froala Editor