ବନ୍ଦ ଘରେ କେମିତି ହେଲା ମା’, ପୁଅର ମୃତ୍ୟୁ ?
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ବନ୍ଦ ଘରୁ ମା’ ଓ ୭ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି। ମା’ ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ ଓ ତାଙ୍କ ପୁଅ ଡି. ରିତିକ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।
ମା’ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନିଳାବେଣୀଙ୍କ ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଛନ୍ତି। ନିଳାବେଣୀ ମା’ ଓ ତାଙ୍କ ପୁଅ ଘରେ ରହୁଥିଲେ। ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନଥିଲେ। ଏନେଇ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ଘଟଣା ସଂପର୍କରେ ପୁଲିସ ଖବରକୁ ଦେଇଥିଲେ ।
Powered by Froala Editor