ନୂଆ ସୂଚନା ପ୍ରଯୁକ୍ତି ନିୟମ ୨୦୨୧ କୁ ଅନୁପାଳନ କରିବାକୁ ସବୁ ଗଣମାଧ୍ୟମ ବାଧ୍ୟ
ନୂଆଦିଲ୍ଲୀ:ଦେଶର ସମସ୍ତ ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମ ନୂଆ ସୂଚନା ପ୍ରଯୁକ୍ତି ନିୟମ ୨୦୨୧ କୁ ଅନୁପାଳନ କରିବାକୁ ବାଧ୍ୟ ବୋଲି କେନ୍ଦ୍ର ସରକାର କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଗଣମାଧ୍ୟମକୁ ନୂଆ ଆଇନ ପରିସରଭୁକ୍ତ କରିବା ଯଥାର୍ଥ । କୌଣସି ଗଣମାଧ୍ୟମକୁ ଯଦି ନୂଆ ଆଇନ ପରିସରରୁ ବାଦ ଦିଆଯିବ ତେବେ ଏହା ବାଛ ବିଚାରକୁ ସୂଚୀତ କରିବ । ତେଣୁ ସମସ୍ତ ପ୍ରମୁଖ ଗଣମାଧ୍ୟମ ଏହି ନୂଆ ନିୟମକୁ ପାଳନ କରିବା ଦରକାର । ‘ଇଣ୍ଡିଆନ ନିଉଜପେପର ସୋସାଇଟି’ ଏବଂ ‘ନିଉଜ ବ୍ରଡକାଷ୍ଟର୍ସ ଆସୋସିଏସନ’ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଅନୁରୋଧ କରିଥିଲେ ଯେ, ପାରମ୍ପରିକ ଛାପା, ବୈଦୁ୍ୟତିକ ଗଣମାଧ୍ୟମ ଏବଂ ତା’ର ଡିଜିଟାଲ ନୁ୍ୟଜ ପ୍ଲାଟଫର୍ମଗୁଡ଼ିକୁ ‘ସୂଚନା ଓ ପ୍ରଯୁକ୍ତି ନିୟମ ୨୦୨୧’ରୁ ବାଦ ଦିଆଯାଉ । ସେମାନେ ଯୁକ୍ତି ବାଢ଼ିଥିଲେ କି, ପାରମ୍ପରିକ ଗଣମାଧ୍ୟମ କେତେଗୁଡ଼ିଏ ନିୟମ, ଆଇନ, ମାର୍ଗଦର୍ଶିକା ଏବଂ ନିୟମାବଳୀ ଓ ରାୟ ଦ୍ୱାରା ଯଥେଷ୍ଟ ଭାବରେ ନିୟନ୍ତ୍ରିତ ହୋଇ ରହିଛି । ପ୍ରତୁ୍ୟତ୍ତରରେ ମନ୍ତ୍ରଣାଳୟ କହିଛି ଯେ, ଡିଜିଟାଲ ପ୍ଲାଟଫର୍ମ ସବୁ ‘କୋଡ ଅଫ ଏଥିକ୍ସ’ ଅନୁସରଣ କରିବା ଉଚିତ ।
Powered by Froala Editor