କନେଷ୍ଟବଳ ପରୀକ୍ଷା ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନ୍ଙ୍କ ଫଟୋ
ଉତ୍ତର ପ୍ରଦେଶ ପୁଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଡ୍ମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନ୍ଙ୍କ ଫଟୋ ଓ ନାଁ ରହିଛି । କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟର ୭୫ଟି ଜିଲ୍ଲାର ୨ ହଜାର ୩୮୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନ୍ଙ୍କର ଦୁଇଟି ଫଟୋ ଓ ନାଁ ଉଲ୍ଲେଖ ଥିଲା । ବଡ଼କଥା ହେଉଛି ସନ୍ନି ଲିଓନିଙ୍କ ପରୀକ୍ଷା କେନ୍ଦ୍ର ବି ଆଡମିଟ କାର୍ଡରେ ଦର୍ଶାଯାଇଥିଲା । ତାହା ଥିଲା ତିରଓ୍ବା ତହସିଲ ଅନ୍ତର୍ଗତ କନୌଜସ୍ଥିତ ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ ଗର୍ଲସ୍ କଲେଜ । ଏହି ଘଟଣାରେ କନୌଜ ପୋଲିସର ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।
ଏ ସଂକ୍ରାନ୍ତରେ ନିଜଆଡୁ ସ୍ପଷ୍ଟୀକରଣ ଦେଇ ‘ଉତ୍ତର ପ୍ରଦେଶ ପୋଲିସ୍ ରିକ୍ରୁଟ୍ମେଣ୍ଟ୍ ଆଣ୍ଡ୍ ପ୍ରମୋସନ୍ ବୋର୍ଡ’ କହିଛି ଯେ, ସନ୍ନି ଲିଓନ୍ଙ୍କ ନାମ ଥାଇ ଭାଇରାଲ୍ ହୋଇଥିବା ଆଡ୍ମିଟ୍ କାର୍ଡଟି ଜାଲ୍ (ଫେକ୍)। ପରୀକ୍ଷା ଦେବା ପାଇଁ ଆବେଦନ କରୁଥିବା ବେଳେ ଜଣେ ପ୍ରାର୍ଥୀ ଭୁଲ୍ ଫଟୋ ଅପ୍ଲୋଡ୍ କରିପକାଇଥିଲେ। ଅଭିଯୋଗ ପାଇବା ପରେ ରିକ୍ରୁଟ୍ମେଣ୍ଟ୍ ବୋର୍ଡ ତୁରନ୍ତ ତାହାକୁ ସଂଶୋଧନ କରିଥିଲା।
Powered by Froala Editor