ଭାରତର ଲୋକତନ୍ତ୍ରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ କାର୍ୟ୍ୟକର୍ତ୍ତା ପ୍ରାଣ ପଣେ ଚେଷ୍ଟା କରିବେ: ରାହୁଲ
ଆଦିଲ୍ଲୀ: ଅଚଳ ପରେ ସଚଳ ହେଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ । ଆୟକର ବିଭାଗ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ନେଇ ଅଭିଯୋଗ ଆଣିବାର ଘଣ୍ଟାଏ ମଧ୍ୟରେ ସଚଳ ହେଲା ବ୍ୟାଙ୍କ ଆକାଉଣ୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୨୧ ତାରିଖରେ ଆଇଟି ଟ୍ରିବ୍ୟୁନାଲରେ କରାଯିବ ।
ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କଂଗ୍ରେସ । ଆଇଟି ଟ୍ରିବ୍ୟୁନାଲରୁ ଆଶ୍ବସ୍ତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ନରେନ୍ଦ୍ର ମୋଦିିଜୀ, ଆପଣ ଡରନ୍ତୁ ନାହିଁ । ଧନକୁ ନେଇ ନୁହେଁ ବରଂ ଜନକୁ ନେଇ ଶକ୍ତିଶାଳୀ କଂଗ୍ରେସ ପାର୍ଟି । ଏକଛତ୍ରବାଦ ଶାସନ ଆଗରେ ଆମେ କେବଳ ମୁଣ୍ଡ ନୁଆଁଇ ନାହୁଁ ଏବଂ ଭବିଷ୍ୟତରେ ମଧ୍ୟ କେବେ ନୁଆଁଇବୁ ନାହିଁ । ଭାରତର ଲୋକତନ୍ତ୍ରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ କାର୍ୟ୍ୟକର୍ତ୍ତା ପ୍ରାଣ ପଣେ ଚେଷ୍ଟା କରିବେ । "
Powered by Froala Editor