ଆଜି ପୁରୀ ଗସ୍ତରେ ଆସୁଛନ୍ତି ନୀତିନ ଗଡକରୀ
ଭୁବନେଶ୍ୱର: ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଏହି ଗସ୍ତ ଅବସରରେ ଶରଧାବାଲି ସ୍ଥିତ ସଭାରେ ଯୋଗଦେଇ ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ର ଶିଳାନ୍ୟାସ କରିବେ । ପରେ ତାଳବଣିଆ ସ୍ଥିତ ମଧୁସୂଦନ ନଗର ଠାରେ ଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କ ଘରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଆକାଶମାର୍ଗରୁ ସାତପଡ଼ାରୁ ଜହ୍ନିକୁଦା ପର୍ୟ୍ୟନ୍ତ ଯୋଗାଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ପରେ ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor